Site icon ଆଜିକାଲି

୫୦ ବର୍ଷରେ ପାଦ ଦେଲେ ତେନ୍ଦୁଲକର, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ : ଆଜି ହେଉଛି କ୍ରିକେଟର ଭଗବାନ କୁହାଯାଉଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

କ୍ରିକେଟ ଜଗତରେ ସର୍ବାଧିକ ରନ ସଂଗ୍ରହ ସହିତ ଅନ୍ୟାନ୍ୟ ବହୁ ରେକର୍ଡର ଅଧିକାରୀ ସଚିନ ୨୦୧୩ରେ କ୍ରିକେଟରୁ ଅବସର ନେଇଥିଲେ। ସଚିନ ରମେଶ ତେନ୍ଦୁଲକର ମୁମ୍ବଇର ଦାଦରସ୍ଥିତ ଏକ ମରାଠୀ ପରିବାରରେ ୧୯୭୩ ଆଜି ଦିନରେ ଜନ୍ମ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିଲେ। ସୂଚନାଯୋଗ୍ୟ ଯେ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗନେଇ ତେନ୍ଦୁଲକର ନିକଟରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ତାଙ୍କ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ କୋଭିଡ ବିରୋଧୀ ଲଢେଇରେ ସାମିଲ ହୋଇଥିବା ସମ୍ମୁଖ ଭାଗ ଯୋଦ୍ଧାଙ୍କ ସମ୍ମାନାର୍ଥେ ସେ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ସଂପ୍ରତି କୋଭିଡ କଟକଣା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବହୁ ପୁରାତନ ଓ ବର୍ତ୍ତମାନର କ୍ରିକେଟ ଖେଳାଳି, ରାଜନୀତିଜ୍ଞ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ତେନ୍ଦୁଲକରଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବି ସଚିନଙ୍କ ଉପସ୍ଥିତି ଫ୍ୟାନଙ୍କୁ ଉତ୍ସାହିତ କରିଥାଏ । ତାଙ୍କ ଜୀବନ ଏକ ଖୋଲା ବହି ଭଳି । ଯେତେବେଳେ ଭାରତ ୨୦୧୧ ଏପ୍ରିଲ ୨ ତାରିଖରେ ବିଶ୍ୱକପ ଫାଇନାଲରେ ବିଜୟ ଆଡକୁ ମୁହାଁଉଥିଲା, ସେତେବେଳେ ସଚିନ ଭଗବାନଙ୍କୁ ପୂଜା କରୁଥିଲେ । ସେ ଭାରତୀୟ ଦଳର ବିଜୟ ପାଇଁ ଦାଢି ମଧ୍ୟ କାଟିନଥିଲେ । ଦଳ ଜିତିବା ପରେ ସେ ସିଦ୍ଧି ବିନାୟକଙ୍କ ଦର୍ଶନ ପାଇଁ ଯାଇଥିଲେ । ଯେବେ ସେ ଶହେତମ ଶତକ ଲଗାଇଥିଲେ ସେତେବେଳେ ଭାରତ ଫେରି ପଣା ସଂକ୍ରାନ୍ତି ଦିନ ଭଗବାନ ବିନାୟକଙ୍କ ଦର୍ଶନ ପାଇଁ ଯାଇଥିଲେ । ପ୍ରଥମ ଥର ସଚିନଙ୍କ ନାଁ ପେପରରେ ଛପିଥିଲା । ୧୯୮୭ରେ ମୁମ୍ବାଇର ସ୍ଥାନୀୟ ଖବର କାଗଜରେ କେବଳ ୩୦ରୁ ଅଧିକ ରନ୍ କରୁଥିବା କ୍ରିକେଟରଙ୍କ ନାଁ ଛପାଯାଉଥିଲା । କିନ୍ତୁ ସଚିନ ଏକ ସ୍ଥାନୀୟ ମ୍ୟାଚରେ ୨୪ ରନ୍ କରି ଆପରାଜିତ ରହିଥିଲେ । କିନ୍ତୁ ଏହି ଖବରକାଗଜ ସଚିନଙ୍କ ନାଁ ଚାପିଦେଇତିଲା । ଏହାପରେ ସଚିନ ଖୁସିରେ ଆତ୍ମହରା ହୋଇଯାଇଥିଲେ । ଆଜି ସଚିନଙ୍କ ପାଖରେ ଏକାଧିକ କାର୍ ରହିଛି । ତେବେ ତାଙ୍କର ପ୍ରଥମ କାର୍ ଥିଲା ସେକେଣ୍ଡ ହାଣ୍ଡର ମାରୁତି ୮୦୦ । ସେ ୧୯୯୦ରେ ଏହାକୁ କିଣିଥିଲେ । ସେ ଇଂଲଣ୍ଡରେ ନିଜର ପ୍ରଥମ ଶତକ ଲଗାଇ ଫେରିବା ପରେ ସେକେଣ୍ଡ ହାଣ୍ଡର ଏକ ମାରୁତି ୮୦୦ କିଣିଥିଲେ । ସେତେବେଳେ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ତାଙ୍କର ଜଣେ ବନ୍ଧୁ ହିଁ ତାଙ୍କୁ କାରରେ ବସାଇ ବୁଲାଉଥିଲେ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ସାହିତ୍ୟ ସହବାସ କଲୋନିରେ ସଚିନଙ୍କ ପିଲାଦିନ ବିତିଥିଲା । ସେଠାରେ ସଚିନଙ୍କ ଅନେକ ସାଙ୍ଗ ରହିଥିଲେ ।ଏବେ ବି ସଚିନ ସେମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି । ସଚିନଙ୍କ ପରିବାର ଏବେ ସେହି କଲୋନିରେ ରହୁନଥିଲେ ମଧ୍ୟ ପୁରୁଣା ଘରକୁ ରଖିଛନ୍ତି । ଏଠାରେ ସେ ଫଟୋଗ୍ରାଫର ସାଙ୍ଗ ଅବିନାଶ ଗୋବାରିକର ଓ କଣ୍ଟ୍ରାକ୍ଟର ସୁନିଲ ହର୍ଷଙ୍କ ସହ ଖେଳୁଥିଲେ । ପିଲାଦିନେ ଗଛରେ ଚଢି ଆମ୍ବ ମଧ୍ୟ ତୋଳୁଥିଲେ । ସଚିନ ସମାଜସେବା ମଧ୍ୟ କରିଥାନ୍ତି । ସେ ଅନେକ ସଂସ୍ଥା ସହ ଜଡିତ ଯେଉଁମାନେ ଦୁଃଖି ରଙ୍କିଙ୍କ ସେବା କରିଥାନ୍ତି । ସଚିନ ମୁମ୍ବାଇର ଏକ ଏନଜିଓ ମାଧ୍ୟମରେ ୨୦୦ ପିଲାଙ୍କ ପାଠପଢା ଖର୍ଚ୍ଚ ଉଟାଇଥାନ୍ତି । ତାଙ୍କ ପିତା କମ୍ ଦରମା ପାଇ ମଧ୍ୟ ଏପରି କାମ କରୁଥିଲେ ବୋଲି ଏକ କାର୍ଯ୍ୟକ୍ରମରେ ସଚିନ କହିଥିଲେ ।

Exit mobile version