Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ଟେନିସ କିମ୍ବଦନ୍ତୀ

ବେଙ୍ଗାଲୁରୁ : ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ତଥା ଟେନିସ୍ କିମ୍ବଦନ୍ତୀ ବିୟନ ବର୍ଗ ବେଙ୍ଗାଲୁରୁରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛାଡ଼ି ପଳାଇବା ଚର୍ଚ୍ଚାର ବିଷୟ ହୋଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ମଙ୍ଗଳବାର ସ୍ୱିଡେନର ଟେନିସ କିମ୍ବଦନ୍ତୀ ବିୟନ ବର୍ଗଙ୍କୁ ସମ୍ମାନିତ କରିବାର ଥିଲା । କିନ୍ତୁ ସେ ନିଜେ ଏହି କାର୍ଯ୍ୟକ୍ରମରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗମନରେ ବିଳମ୍ବ ଯୋଗୁଁ ବର୍ଗ ଅପେକ୍ଷା ନ କରି ସେଠାରୁ ପଳାଇଥିଲେ । ‘କର୍ଣ୍ଣାଟକ ଷ୍ଟେଟ୍ ଲନ୍ ଟେନିସ୍ ଆସୋସିଏସନ୍’ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଗଙ୍କ ସହ ଭାରତର ପୂର୍ବତନ ଟେନିସ ଖେଳାଳି ବିଜୟ ଅମୃତରାଜଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର ଥିଲା । ବିୟନ ବର୍ଗ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛାଡ଼ି ବର୍ଗ ସେହି ଷ୍ଟାଡିୟମରେ ହିଁ ଖେଳାଯାଉଥିବା ବାଙ୍ଗାଲୋର ଓପନ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପୁଅ ଲିଓର ମ୍ୟାଚ୍ ଦେଖିବାକୁ ପଳାଇଥିଲେ । ପରେ ତାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବର୍ଗଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସକାଳ ୯:୩୦ରୁ ଆରମ୍ଭ ହେବାର ଥିଲା । କିନ୍ତୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମ୍ମାଇ ସେଠାରେ ୧୧:୧୫ ରେ ପହଞ୍ଚିଥିଲେ।
ଯଦିଓ ମୁଖ୍ୟମନ୍ତ୍ରୀ ବମ୍ମାଇ ଯିବା ପୂର୍ବରୁ ପ୍ରାୟ ୨୦ ମିନିଟ୍ ଧରି ମ୍ୟାଚ୍ ଉପଭୋଗ କରିଥିଲେ, ହେଲେ ବିୟନ୍ ବର୍ଗଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିଲା । ଏହି କାର୍ଯ୍ୟକ୍ରମର ଜଣେ ଆୟୋଜକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ବିଳମ୍ବରେ ଆସିଥିଲେ ।

Exit mobile version