Site icon ଆଜିକାଲି

ବାଲିରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲର ତିବ୍ରତା ୭.୦ ରେକର୍ଡ

ନୂଆଦିଲ୍ଲୀ : ଦ୍ବୀପ ଦେଶ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ । ବାଲି ଉପକୂଳବର୍ତ୍ତୀ ଅଞ୍ଚଳରେ ତୀବ୍ର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୦ ରେକର୍ଡ କରାଯାଇଛି । ଆମେରିକା ଭୂ-ବିଜ୍ଞାନ ସର୍ଭେ ସଂସ୍ଥା ଅନୁଯାୟୀ, ଗିଲ୍ଲି ଏୟାର ଦ୍ବୀପର ଉତ୍ତର-ପୂର୍ବରେ ପ୍ରାୟ ୧୮୨ କିଲୋମିଟର ଦୂରତା ଝଟକା ଲାଗିଛି । ତେବେ ଭୂମିକମ୍ପ ପରେ ସୂନାମୀ ସତର୍କତା ଜାରି ହୋଇନାହିଁ । ସେହିପରି ଜନ-ଜୀବନ ହାନୀର କୌଣସି ସୂଚନା ମିଳିନାହିଁ ।

ଅନ୍ୟପଟେ ବାଲି ଏବଂ ଲମ୍ବୋକ କିଛି ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ଇଣ୍ଡୋନେସିଆର ମାତରାମ ଠାରୁ ୨୦୧ କିଲୋମିଟର ଏବଂ ୫୧୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳି ରହିଛି । ଗତ ବର୍ଷ ନଭେମ୍ବରରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା । ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ୫.୬ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ ୩ଶହରୁ ଅଧିକ ପ୍ରାଣ ହରାଇଥିଲେ । ସେହିପରି ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

Exit mobile version