Site icon ଆଜିକାଲି

ତୁର୍କୀରେ ଭୟଙ୍କର ଭୂକମ୍ପ : ଫସି ରହିଛନ୍ତି ୧୦ ଭାରତୀୟ ଓ ଜଣେ ନିଖୋଜ

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଉଭୟ ଦେଶରେ ଭାରତର ଉଦ୍ଧାରକାରୀ ଦଳ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି । ତେବେ ତୁର୍କୀରେ ୧୦ ଜଣ ଭାରତୀୟ ଫସି ରହିଛନ୍ତି ଓ ଜଣେ ଭାରତୀୟ ନାଗରିକ ନିଖୋଜ ଅଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସଞ୍ଜୟ ବର୍ମା କହିଛନ୍ତି ଯେ ନିଖୋଜ ଭାରତୀୟ ନାଗରିକ ଏକ ବ୍ୟବସାୟିକ ଗସ୍ତରେ ତୁର୍କୀର ମାଲ୍ଟା ଯାଇଥିଲେ । ତାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ | ସେ କହିଛନ୍ତି ଯେ ତୁର୍କୀ ପାଇଁ ଚାଲିଥିବା ‘ଅପରେସନ୍ ଦୋସ୍ତ’ ଅଧୀନରେ ଭାରତ ନିଜ ନାଗରିକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ଗତ ଦୁଇ ଦିନ ହେବ ନିଖୋଜ ଜଣେ ଭାରତୀୟଙ୍କୁ ପତ୍ତା ମିଳିନାହିଁ। ଆମେ ତାଙ୍କ ପରିବାର ଏବଂ ତାଙ୍କୁ ପଠାଇଥିବା ବେଙ୍ଗାଲୁରୁର କମ୍ପାନୀ ସହିତ ଯୋଗାଯୋଗ କରିଛୁ |

ସଞ୍ଜୟ ବର୍ମା କହିଛନ୍ତି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ସମୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। ରାତିରେ ତାପମାତ୍ରା ଶୂନରୁ କମ୍ ରହୁଛି । ଏହାଛଡ଼ା ପରିବହନ ଏବଂ ଯୋଗାଯୋଗ ଲିଙ୍କ୍ ବ୍ୟାହତ ହୋଇଛି। ଅଧିକାଂଶ ସେଲଫୋନ୍ ଟାୱାର ଭାଙ୍ଗି ଯାଇଥିବାରୁ ଲୋକଙ୍କ ସହ ଯୋଗାଯୋଗ କରିବାରେ ସମସ୍ୟା ହେଉଛି ।

Exit mobile version