Site icon ଆଜିକାଲି

ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ : ପୁଣି ଜମ୍ମୁକଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ସେନା ଗାଡି ଉପରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗତ ଡିସେମ୍ବର ୨୧ ତାରିଖରେ ଆତଙ୍କବାଦୀମାନେ ପୁଞ୍ଚରେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଯବାନଙ୍କ ମୃତ୍ୟୁ ହେବା ସହ ୨ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ନିଜକୁ ଦାୟୀ କରିଥିଲେ । ଆମେରିକା ନିର୍ମିତ ଅତ୍ୟାଧୁନିକ ଏମ-୪ କାର୍ବାଇନ ଆସଲ୍ଟ ରାଇଫଲରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଜଣାପଡିଥିଲା ।

Exit mobile version