ନୂଆଦିଲ୍ଲୀ : ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳର ଏକ ହୋଟେଲରେ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨୬ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡିତ ସଶସ୍ତ୍ର ଗୋଷ୍ଠୀ ଅଲ-ଶବାବ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସେଠାକାର ପୁଲିସ ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହି ସମୁଦ୍ରକୂଳ ହୋଟେଲରେ ଫସି ରହିଥିବା ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏକ ବିସ୍ଫୋରକ ବୋଝେଇ କାରକୁ ମଧ୍ୟ ସୁରକ୍ଷା ବାହିନୀ ନିଷ୍କ୍ରିୟ କରିଛି।