Site icon ଆଜିକାଲି

ପାକ୍ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ, ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନିସ୍ତନେ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଆକ୍ରମଣ କରାଯାଇଛି। କ୍ୟାମ୍ପ ଭିତରେ ପଶି ୬ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ। ଗୁଳିମାଡରେ ୫ ଜଣ ସେନା ଅଧିକାରୀଙ୍କ ସହ ୭ ଜଣଙ୍କର ମୃତ୍ୟୁ ଘଟିଛି। ପାକ୍ ସେନାର ପାଲଟା ଆକ୍ରମଣରେ ୬ ଜଣ ଆତଙ୍କବାଦୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ପାକିସ୍ତାନୀ ସେନା କହିଛନ୍ତି ଯେ ମାର୍ଚ୍ଚ ୧୬ ତାରିଖ ସକାଳେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ମିର ଅଲିରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ୬ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପ୍ରାରମ୍ଭରେ ସୈନିକମାନେ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିଥିଲେ। ଏହା ପରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଗାଡିରେ ବିଲ୍ଡିଂକୁ ଧକ୍କା ଦେଇଥିଲେ, ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଏହି କାରଣରୁ କୋଠାର ଏକ ଅଂଶ ଭୁଶୁଡି ପଡି ୫ ଜଣ ସୈନିକ ସହିଦ ହୋଇଥିଲେ।

ଆଇଏସପିଆର ପ୍ରକାଶନରେ କହିଛି ଯେ ୫ ଜଣ ସୈନିକଙ୍କ ମୃତ୍ୟୁ ପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୟଦ କାଶିଫ ଏବଂ କ୍ୟାପଟେନ ମହମ୍ମଦ ଅହମ୍ମଦ ବଦରଙ୍କ ନେତୃତ୍ୱରେ ଥିବା ସୈନ୍ୟମାନେ ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ତେବେ ଏହି ଗୁଳି ବିନିମୟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ କାଶିଫ ଏବଂ କ୍ୟାପଟେନ ବଦର ଗୁଳିର ଶିକାର ହୋଇଥିଲେ ଏବଂ ସେମାନଙ୍କୁ ହତ୍ୟା କରାଯାଇଥିଲା।

FacebookTwitterLinkedinWhatsapp
Exit mobile version