Site icon ଆଜିକାଲି

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : ୨ ଯବାନ ସହିଦ

ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଗତକାଲି ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସେନାର ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବାନୁଯାୟୀ, ଗୁରୁତର ଆହତ ହୋଇଥିବା ଦୁଇ ସେନା ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଶେଷରେ ସେମାନଙ୍କର ମୃତ୍ୟୁ ଘଟିଛି। ଦୁଇ ନାଗରିକଙ୍କୁ ମଧ୍ୟ ସେହି ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ଏବଂ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଶେଷ ଖବର ମିଳିବା ପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଥିଲା। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Exit mobile version