Site icon ଆଜିକାଲି

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ : ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ-ସୁକାନ୍ତ ଯୋଡି

ବ୍ୟାକଂକ : ବ୍ୟାକଂକରେ ଅନୁଷ୍ଠିତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସୁକାନ୍ତ କମଦଙ୍କୁ ସାଥୀ କରି ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଏସଏଲ୩- ଏସଏଲ-୪ କ୍ୟାଟେଗୋରୀ ପୁରୁଷ ଡବଲ୍ସ ଫାଇନାଲରେ ଭଗତ-ସୁକାନ୍ତ ଯୋଡି ଇଣ୍ଡୋନେସିଆ ଯୋଡି ଦ୍ୱିୟୋକୋ ଓ ଫ୍ରେଡି ସେତିଆୱାନଙ୍କୁ ୨୧-୧୮, ୨୧- ୧୩ରେ ପରାସ୍ତ କରିଛନ୍ତି ।

ତେବେ ପୁରୁଷ ସିଙ୍ଗଲ୍ସ ଟାଇଟଲ ଲଢ଼େଇରେ ପ୍ରମୋଦ ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ଠାରୁ ୧୩- ୨୧,୧୯-୨୧ରେ ହାରି ରୌପ୍ୟ ପଦକ ଜିତିଥିବା ବେଳେ ସୁକାନ୍ତ କଦମ ମଧ୍ୟ ଅନ୍ୟତମ ସିଙ୍ଗଲ୍ସ ଫାଇନାଲରେ ଫ୍ରାନ୍ସର ଲୁକାସ ମେଜୁରଙ୍କ ଠାରୁ ୧-୨୧ଓ ୧୭- ୨୧ରେ ହାର ମାନିଛନ୍ତି।

Exit mobile version