Site icon ଆଜିକାଲି

ଆଜି ପ୍ରସାରିତ ହେବ ‘ମନ୍ କି ବାତ୍’ର ୧୦୦ତମ ଭାଗ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ ର ୧୦୦ତମ ଭାଗ । ରବିବାର ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ରେଡିଓ କାର୍ଯ୍ୟକ୍ରମ ପ୍ରସାରିତ ହେବ । ଆଜିର ଏପିସୋଡକୁ ସବୁ ଦିନ ସ୍ମରଣ କରିବା ପାଇଁ ଲାଇଭ୍ ସ୍କ୍ରିନିଂ ହେବ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଲୋକେ ଆଶା ରଖଛନ୍ତି । ସଂଯୁକ୍ତ ରାଷ୍ଟ୍ର ପରିଷଦର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ର ୧୦୦ତମ ଭାଗ ପ୍ରସାରଣ ହେବ । ନ୍ୟୁୟର୍କରେ ରାତି ସାଢେ ଗୋଟାଏରେ ଏହାକୁ ଶୁଣିବାକୁ ମିଳିବ । ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ସମେତ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଶୁଣି ପାରିବେ ।

ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ‘ମନ୍ କି ବାତ୍’ ଭାଗକୁ ପ୍ରସାରଣ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି । କେବଳ ରାଜଧାନୀ ଦିଲ୍ଲୀରେ ପ୍ରାୟ ୬,୫୩୦ଟି ସ୍ଥାନରେ ପ୍ରସାରଣ ପାଇଁ ଆୟୋଜନ ହୋଇଛି । ଏହି ସହିତ କିଛି ନାଗରିକ ସଂଗଠନ, ଆରଡବ୍ଲୁଏ ବ୍ୟବସାୟୀ ସଂଗଠନ ବିଭିନ୍ନ ସ୍ଥାନରେ ଶୁଣିବା ପାଇଁ ବ୍ୟବସ୍ଥା କରିଛନ୍ତି ।

Exit mobile version