Site icon ଆଜିକାଲି

ଆଜି ମିଳିବ ‘ପିଏମ୍‌ କିଷାନ’ ୧୪ତମ କିସ୍ତି

ନୂଆଦିଲ୍ଲୀ : ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ‘ପିଏମ୍‌ କିଷାନ’ର ୧୪ତମ କିସ୍ତି ପ୍ରଦାନ କରାଯିବ। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। କୃଷକଙ୍କ ଉନ୍ନତି ପାଇଁ ମୋଦୀ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୫ ହଜାର ସ୍ଥାନରେ ଏହି ସଭା ଆୟୋଜନ ହେବ। ଯେଉଁଥିରେ ଚାଷୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ସମ୍ପର୍କରେ ଜାଣିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଇ-କେୱାଇସି ପିଏମ୍ କିଷାନ ପଞ୍ଜିକୃତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ। ଓଟିପି ଆଧାରିତ ଇ-କେୱାଇସି ପିଏମ୍ କିଷାନ ପୋର୍ଟାଲରେ ଉପଲବ୍ଧ। ବାୟୋମେଟ୍ରିକ ଆଧାରିତ କେୱାଇସି ନିକଟତମ ସିଏସ୍‌ସି କେନ୍ଦ୍ରରେ ମିଳିପାରିବ।

Exit mobile version