Site icon ଆଜିକାଲି

୨୨ରୁ ସଂସଦର ବଜେଟ ଅଧିବେଶନ, ରବିବାର ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୨୨ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ଏହାପୂର୍ବରୁ କେନ୍ଦ୍ର ସରକାର ରବିବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସଂସଦର ଉଭୟ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ।

ଚଳିତ ମାସ ୨୨ ତାରିଖରୁ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ। ଜୁଲାଇ୨୩ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ। ମୋଦି ସରକାରଙ୍କ ତୃତୀୟ ପାଳିରେ ଏହା ହେବ ପ୍ରଥମ ବଜେଟ୍। ଗତ ମାସରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଏହି ବଜେଟ୍ ସରକାରଙ୍କ ସୁଦୂରପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ଦସ୍ତାବିଜ ହେବ।

Exit mobile version