Site icon ଆଜିକାଲି

ଟ୍ରକ୍‌କୁ ପିଟିବା ପରେ ଜଳିଲା ବସ୍‌ : ୧୦ ମୃତ ଓ ୩୨ ଆହତ

ନାସିକ : ମହାରାଷ୍ଟ୍ରର ନାସିକର ଔରଙ୍ଗାବାଦରୋଡ଼ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଟ୍ରକକୁ ପିଟିବା ପରେ ନିଆଁ ଲାଗିଯାଇଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି।

ପିଟିଆଇ  ରିପୋର୍ଟ ଅନୁସାରେ ଶୁକ୍ରବାର ଭୋର୍‌ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ହୁତୁ ହୁତୁ ହୋଇ ଜଳୁଥିବା ଭିଡିଓ ଆସିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ  ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି।

Exit mobile version