Site icon ଆଜିକାଲି

ଘାଟିରେ ଓଲଟିଲା କାର୍; ୫ ଶିଶୁଙ୍କ ସମେତ ୮ ମୃତ

ନୂଆଦିଲ୍ଲୀ : ଜାମ୍ମୁ କଶ୍ମୀର ଅନନ୍ତନାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଘାଟିରେ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲୀ ଡାକସୁମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଡାକସୁମ ଘାଟିରେ ଯିବା ସମୟରେ ଏକ କାର୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ।

Exit mobile version