Site icon ଆଜିକାଲି

ହାଇଦ୍ରାବାଦରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ହାଇଦ୍ରାବାଦ ଓଡିଶା ଇନଭେଷ୍ଟର୍ସ ମିଟ ଅବସରରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲାେଚନା କରିଛନ୍ତି । ଓଡ଼ିଶା ଆସି ପୁଞ୍ଜି ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଏହି ଅବସରରେ ମାଇକ୍ରୋସଫ୍ଟ ଏମଡି ରାଜୀବ କୁମାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ସରକାରଙ୍କ ଆଇଟି ନୀତି ସଂପର୍କରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବାୟୋଟେକର ଅଧ୍ୟକ୍ଷ ଡ. କ୍ରିଷ୍ଣା ଏହାଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ଵରରେ ପ୍ରସ୍ତାବିତ ଟିକା ପ୍ରସ୍ତୁତ ପ୍ଲାଣ୍ଟ ସଂପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ନେଇ ମୁଖ୍ୟମନ୍ତ୍ରୀ ଭାରତ ବାୟୋଟେକ ଅଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଟ୍ରୋଲଏସ ଡାଟା ସେଣ୍ଟର ସିଏମଡି ପି.ଏସ ରେଡ୍ଡୀଙ୍କୁ ମଧ୍ୟ ଭେଟିଛନ୍ତି। ଓଡ଼ିଶାର ଡାଟା ସେଂଟର ପଲିସି ସଂପର୍କରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଙ୍କୁ ଅବଗତ କରିବା ସହ ରାଜ୍ୟରେ ପୁଞ୍ଜି ନିବେଶର ପର୍ଯ୍ୟାପ୍ତ ସୁବିଧାର ସୁଯୋଗ ନେବାକୁ କହିଥିଲେ ।

Exit mobile version