Site icon ଆଜିକାଲି

ବିଏସଇରେ ଓପନିଂ ବେଲ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ -ବିଏସ ଇ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ସେ ଓପନିଂ ବେଲ୍ ବଜାଇଛନ୍ତି । ବିଏସଇରେ ଓପନିଂ ବେଲ ବାଜିବା ପରମ୍ପରା ରହିଆସିଛି । ଓପନିଂ ବେଲ ବାଜିବାର ୧୫ ମିନିଟ ପରେ ଟ୍ରେଡିଂ ଆରମ୍ଭ ହୋଇଥାଏ । ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ଓପନିଂ ବେଲ୍ ବଜାଇଥାନ୍ତି । ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ଆଜି ସେ ଓଡିଶା ଫେରିବେ

Exit mobile version