Site icon ଆଜିକାଲି

କଲେଜିୟମରେ ପ୍ରଥମ ଥର ସାମିଲ ହେବେ ୬ ବିଚାରପତି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୯ ତାରିଖରେ ଦେଶର ଆଗାମୀ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼। ସେ ଦେଶର ପ୍ରଧାନ ବିଚାରପତି ହେବା ପରେ କଲେଜିୟମରେ ଜଜ୍‌ଙ୍କ ସଂଖ୍ୟା ମୁଖ୍ୟ ବିଚାରପତିଙ୍କ ସହ ୫ ନୁହେଁ ବରଂ ୬ ହେବ। ପ୍ରଥମ ଥର କଲେଜିୟମରେ ୫ ବଦଳରେ ୬ ବିଚାରପତି ରହିବେ।

୫ ବଦଳରେ ୬ ଜଜ୍ ହେବାର କାରଣ ହେଉଛି ଯେ କଲେଜିୟମର ନେତୃତ୍ଵ କରୁଥିବା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସହ ଚାରି ଅଧୀନସ୍ଥ ବିଚାରପତିଙ୍କ ମଧ୍ୟରୁ ଜଣେ ବି ଏପରି ନାହାଁନ୍ତି, ଯିଏ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ହେବେ। ଏହି ଚାରି ବିଚାରପତିଙ୍କ ମଧ୍ୟରେ ରହିଛନ୍ତି ଜଷ୍ଟିସ ଏସକେ କୌଲ, କେଏମ ଜୋସେଫ, ଏସଏ ନଜୀର ଏବଂ ଏମଆର ଶାହ। ଏମାନଙ୍କ ମଧ୍ୟରୁ କେହିବି ଦେଶର ମୁଖ୍ୟ ବିଚାରପତି ହେବେ ନାହିଁ। କାରଣ ଏହି ସବୁ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ପୂର୍ବରୁ ଅବସର ନେବେ।

୧୯୯୮ ର ‘ତୃତୀୟ ଜଜ’ କେସରେ ଦିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ କଲେଜିୟମରେ ଜଣେ ଜଜ୍ ଏଭଳି ରହିବେ ଯିଏ ଆଗାମୀ ମୁଖ୍ୟ ବିଚାରପତି ହେବେ। ଏହି କାରଣରୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ପରେ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କୁ କଲେଜିୟମରେ ରଖିବାକୁ ହେବ। ଯଦ୍ଵାରା କଲେଜିୟମ ସଂଖ୍ୟା ଛଅ ହୋଇଯିବ। ଏମିତି ବ୍ୟବସ୍ଥା ୨୦୨୪ ପର୍ଯ୍ୟନ୍ତ ରହିବ। ଯେତେବେଳେ ଜଷ୍ଟିସ ସଞ୍ଚୀବ ଖନ୍ନା ମୁଖ୍ୟ ବିଚାରପତି ହେବେ ସେତେବେଳେ ପୂର୍ବବତ୍ତ କଲେଜିୟମରେ ପାଞ୍ଚ ବିଚାରପତି ରହିବେ। କାରଣ ତାଙ୍କ ସହ ଦ୍ବିତୀୟ ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ ବିଆର ଗବଇ ରହିବେ। ସେ ଜଷ୍ଟିସ୍ ଖନ୍ନାଙ୍କ ପରେ ଦେଶର ମୁଖ୍ୟ ବିଚାରପତି ହେବେ ଏବଂ କଲେଜିୟମ ସଂଖ୍ୟା ସ୍ଵାଭାବିକ ୫ ହୋଇଯିବ।

Exit mobile version