Site icon ଆଜିକାଲି

ଖୁବଶୀଘ୍ର ଗୁଜରାଟ ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ଓ ମତଦାନ ଡିସେମ୍ବର ୪ ସୁଦ୍ଧା ଶେଷ ହେବ ବୋଲି ମନେ କରାଯାଉଛି । ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଗୋଟିଏ ଦିନରେ ଘୋଷଣା ହୋଇପାରେ । ଯଦିଓ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ରେ ଶେଷ ହେବ, କିନ୍ତୁ ହିମାଚଳ ନିର୍ବାଚନ ଯେପରି ପ୍ରଭାବିତ ହେବ ନାହିଁ ସେଥିପାଇଁ ଗୁଜରାଟରେ ସମୟ ପୂର୍ବରୁ ନିର୍ବାଚନ ଶେଷ ହୋଇପାରେ ।

ସୂଚନା ଯେ, ନିର୍ବାଚନ ଆୟୋଗ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୧୨ରେ ହେବ ଓ ଡିସେମ୍ବର ୮ରେ ହେବ ଭୋଟ୍ ଗଣତି । ୨୦୧୭ରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ଯଥାକ୍ରମେ ଅକ୍ଟୋବର ୧୩ ଏବଂ ଅକ୍ଟୋବର ୨୫ରେ ହୋଇଥିଲା ।

Exit mobile version