Site icon ଆଜିକାଲି

ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର (ମାର୍ଚ୍ଚ ୧୬) ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ଏହା ସହ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆସନ୍ତାକାଲି ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ କମିଶନ । ଏହାର ସିଧାପ୍ରସାରଣ ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ କରାଯିବ । ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା କ୍ଷଣି ପୂରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏଥର ଲୋକସଭା ନିର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହେବ ବୋଲି ଅନୁମାନ କରାଯାଉଛି।

Exit mobile version