Site icon ଆଜିକାଲି

ଗଛରେ ପିଟି ହେଲା ଶ୍ରଦ୍ଧାଳୁଙ୍କ ଗାଡି ; ୬ ମୃତ

ବାଙ୍ଗାଲୋର : କର୍ଣ୍ଣାଟକର ଚିନଚନୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର ଗଛ ସହ ଧକ୍କା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ।

ଦୁର୍ଘଟଣା ନେଇ ଖବର ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ ୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଜାରି ରହିଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଯେ, ଏହି ଶ୍ରଦ୍ଧାଳୁମାନେ ବେଲଗାବୀର ହୁଲକୁଣ୍ଡ ଗାଁରୁ ସବାଦତ୍ତୀର ସ୍ଥିତ ଏକ ମନ୍ଦିରକୁ ଯାଉଥିଲେ। ରାସ୍ତାରେ ଚାଳକ ଗାଡି ଉପରୁ ନିଜର ନିୟନ୍ତ୍ରଣ ହରାଇବାରୁ ଏହା ଅନିୟନ୍ତ୍ରିତ ହୋଇ ଏକ ଗଛ ସହ ଧକ୍କା ହୋଇଥିଲା। କର୍ଣ୍ଣାଟକର ଜଳ ସେଚନ ମନ୍ତ୍ରୀ ଗୋବିନ୍ଦ କରଜୋଲ ଏହି ଦୁର୍ଘଟଣାରେ ଜୀବନ ହାରି ଥିବା ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

Exit mobile version