Site icon ଆଜିକାଲି

ଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ କଂଗ୍ରେସ-ଆପ୍ ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନେଇ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀ ସହ ଗୁଜରାଟ ଓ ହରିୟାଣାରେ ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ୭ଟି ଲୋକସଭା ଆସନ ମଧ୍ୟରୁ ଆପ୍ ୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ କଂଗ୍ରେସ ତିନିଟି ଆସନରେ ଲଢ଼ିବ ।

ଗୁଜରାଟର ୨୬ଟି ସିଟ୍ ମଧ୍ୟରୁ ୨୪ଟିରେ କଂଗ୍ରେସ ଓ ଦୁଇଟି ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଲଢ଼ିବେ। ହରିୟାଣାରେ କଂଗ୍ରେସକୁ ୯ଟି ଆସନ ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଚଣ୍ଡିଗଡ଼ରେ କଂଗ୍ରେସ ଓ ଗୋଆରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବେ । ପଞ୍ଜାବରେ ମଧ୍ୟ ଉଭୟ ଦଳ ପୃଥକ ଭାବେ ଲଢ଼ିବେ ।

Exit mobile version