Site icon ଆଜିକାଲି

କାରକୁ ତିନି କିଲୋମିଟର ଘୋଷାଡି ନେଲା ମଦ୍ୟପ କଣ୍ଟେନର ଡ୍ରାଇଭର, ଭିଡ଼ିଓ ଭାଇରାଲ

ମେରଠ : ମଦ ନିଶାରେ ଜଣେ କଣ୍ଟେନର ଡ୍ରାଇଭର ଏକ କାରକୁ ୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେବା ଘଟଣା ସାମ୍ନାକୁ ଆସିଛି । କାରରେ ୪ ଜଣ ଲୋକ ଥିଲେ । ରାସ୍ତାରେ ଉପସ୍ଥିତ ସାଧାରଣ ଲୋକ ପାଟି କରି ଅଭିଯୁକ୍ତ ଡ୍ରାଇଭରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ କାହାରି କଥା ଶୁଣିନଥିଲା । ସୌଭାଗ୍ୟ ବଶତଃ କାରରେ ଥିବା ସମସ୍ତ ଯୁବକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ମଦ୍ୟପ ଅଭିଯୁକ୍ତ ଡ୍ରାଇଭରଙ୍କ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଉତ୍ତର ପ୍ରଦେଶ ମେରଠ ସ୍ଥିତ ପରତାପୁର ପୋଲିସ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଏକ କଣ୍ଟେନର କିପରି ଏକ ଧଳା ରଙ୍ଗର ଗାଡିକୁ ଧକ୍କା ଦେବା ପରେ ଘୋଷାଡି ନେଉଛି । କାରରେ ମୋଟ ୪ ଜଣ ଲୋକ ଥିଲେ। ଚାରିଜଣ ଯୁବକ କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରିଥିଲେ। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ କଣ୍ଟେନର ଡ୍ରାଇଭରକୁ ଧରିଥିଲା।

ଏହି ଭୟାନକ ଦୃଶ୍ୟ ଦେଖି ଲୋକମାନେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଡ୍ରାଇଭରକୁ ଅଟକାଇ ତାଙ୍କୁ ଗିରଫ କରିଥିଲା।

Exit mobile version