Site icon ଆଜିକାଲି

ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ହେଲା ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ନାମ ବଦଳିଲା। ଆଜିଠାରୁ ମୋଗଲ ଗାର୍ଡେନ ନାମ ହେଲା ‘ଅମୃତ ଉଦ୍ୟାନ’। ନାମ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି।

ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ୧୫ଏକର ବିଶିଷ୍ଟ ଏହି ମୋଗଲ ଗାର୍ଡେନ ରାଷ୍ଟ୍ରପତି ଭବନର ଆତ୍ମା ବୋଲି କୁହାଯାଉଛି।

ଏଠାରେ ବିଭିନ୍ନ ଦେଶବିଦେଶର ଅନେକ ପ୍ରଜାତିର ଖୁବ ମନୋଲୋଭା ଫୁଲ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version