Site icon ଆଜିକାଲି

ଉତ୍ତରକାଶୀ ଟନେଲ ରେସ୍‌କ୍ୟୁ ଉପରେ ନିର୍ମାଣ ହେବ ଫିଲ୍ମ, ମୁଖ୍ୟ ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ଵାଇ : ଉତ୍ତରାଖଣ୍ଡର ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଏହି ଉଦ୍ଧାର କାର୍ଯ୍ୟ ଉପରେ ଖୁବ ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଅନୁମାନ କରାଯାଉଛି ଅକ୍ଷୟ କୁମାର ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତାଙ୍କୁ ଟନେଲ ବିଶେଷଜ୍ଞ ଅନୋଲ୍ଡ ଡିକ୍ସଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ ଏହା ଦାବି କରାଯାଉଛି। ଏନେଇ ଅଭିନେତାଙ୍କ ଠାରୁ କୌଣସି ସୂଚନା ମିଳିନାହିଁ। ଅପରପକ୍ଷରେ ସୋସିଆଲ ମିଡିଆରେ ଦାବି କରାଯାଇଛି, କେବଳ ଫିଲ୍ମର ନାମ ନୁହେଁ ଏହାର ସୁଟିଂ ପାଇଁ ସ୍ଥାନ ମଧ୍ୟ ଚୂଡାନ୍ତ ହୋଇଛି।

ଏହି ଫିଲ୍ମର ନାମ ରଖାଯିବ ମିଶନ ସୁଡଙ୍ଗ । ସବୁଠାରୁ ବଡ କଥା ହେଉଛି ଏହି ଅପରେଶନରେ ଓଏନଜିସି, ଏସଜେଭିଏନଏଲ, ଆରଭିଏନଏଲ, ଏନଏଚଆଇଡିସିଏଲ ଏବଂ ଟିଏଚଡିସିଏଲର ବିଶେଷଜ୍ଞମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଉଦ୍ଧାର ସମୟରେ ଆର୍ନୋଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ସେ ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି।

Exit mobile version