Site icon ଆଜିକାଲି

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲଣ୍ଡନର ୱେଷ୍ଟମିନିଷ୍ଟରରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ କଫିନ ଇଙ୍ଗ୍ଲିସ ଓକରେ ଏକ ଦଶନ୍ଧି ପୂର୍ବେ ତିଆରି କରାଯାଇଥିଲା । ମହାରାଣୀଙ୍କୁ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ୍, ଡ୍ୟୁକ୍ ଅଫ ଏଡିନବର୍ଗଙ୍କ ଠିକ ନିକଟରେ କବର ଦିଆଯାଇଛି । ମହାରାଣୀଙ୍କ କଫିନ୍ କୁ ରାଜକୀୟ ପତାକାରେ ଢଙ୍କା ଯାଇଥିଲା । ରାଜମୁକୁଟକୁ ଫୁଲ ସହିତ ତାଙ୍କ ଉପରେ ରଖାଯାଇଥିଲା । ରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ଲଣ୍ଡନ ସହରର ଗଳି କନ୍ଦି ଖାଁ ଖାଁ ରହିଥିଲା ।

ଏହି ସମୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସମଗ୍ର ବିଶ୍ଵରରୁ ପ୍ରାୟ ୫୦୦ରୁ ଅଧିକ ନେତା ଏବଂ ରାଜ ପରିବାରର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ବ୍ରିଟେନ୍ ଉପରେ ଲମ୍ବା ସମୟ ଧରି ଶାସନ କରିଥିବା ରାଣୀ ଏଲିଜାବେଥଙ୍କୁ ଶେଷ ବିଦାୟ ଦେବା ପାଇଁ ସମଗ୍ର ବିଶ୍ୱର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ୧୯୬୫ ପରେ ରାଜ ପରିବାରର ଏହା ପ୍ରଥମ ଅନ୍ତିମ ସଂସ୍କାର । ଏହି ସମୟରେ କିଙ୍ଗ ଚାର୍ଲ୍ସ ଏବଂ ବ୍ରିଟିଶ ରାଜ ପରିବାରର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିଥିଲେ । ଅନ୍ତିମ ସଂସ୍କାର ପାଇଁ ଲଣ୍ଡନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Exit mobile version