Site icon ଆଜିକାଲି

ଆଜିଠୁ ଇଣ୍ଡୋନେସିଆରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ : ଆଜି ଠାରୁ ଇଣ୍ଡୋନେସିଆରେ ବାଲିରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ନଭେମ୍ବର ୧୫ ଓ ୧୬ ଦୁଇଦିନ ଧରି ୧୭ତମ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବିଶ୍ବ ଆର୍ଥିକ ବିକାଶ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ପରିବେଶ, ସ୍ବାସ୍ଥ୍ୟ, ଡିଜିଟାଲ ଟ୍ରାଞ୍ଜାକସନ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଜି-୨୦ ବୈଠକରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାରେ ପହଞ୍ଚିଛନ୍ତି। ବିମାନ ବନ୍ଦର ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ପ୍ରାବାସୀ ଭାରତୀୟମାନେ । ମୋଦିଙ୍କୁ ଦେଖିବା ଲାଗି ଶହ ଶହ ଭାରତୀୟ ସେଠାରେ ଏକାଠି ହୋଇଥିଲେ। ଏହି ସମ୍ମିଳନୀରେ ଅବସରରେ ମୋଦୀ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ରୁଷ୍ , ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ ପ୍ରମୁଖ ଜି-୨୦ ରାଷ୍ଟ୍ରର ପ୍ରତିନିଧି ଅଛନ୍ତି । ଡିସେମ୍ବର ୧ରୁ ଜି-୨୦ ସମୂହର ନେତୃତ୍ବ ନେବ ଭାରତ। ପରବର୍ତ୍ତୀ ଶିଖର ସମ୍ମିଳନୀ ଭାରତରେ ହେବ। ତେଣୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବେ।

Exit mobile version