Site icon ଆଜିକାଲି

ସେପ୍ଟେମ୍ୱର ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡ଼ାକିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ୱର ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ସ୍ୱତନ୍ତ୍ର ଅଧିବେଶନରେ ୫ଟି ବୈଠକ ହେବ | ଅମୃତ କାଳରେ କିଛି ଫଳପ୍ରଦ ଆଲୋଚନା ଅପେକ୍ଷାରେ ‌‌।” ତେବେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସେ କିଛି କହିନାହାଁନ୍ତି ।

ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହୋଇପାରେ। କିଛି କାରଣରୁ ମୌସୁମୀ ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହୋଇପାରିନଥିଲା। ତେଣୁ ଏହି ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି | ଏହି ଅଧିବେଶନରେ ୧୦ଟି ବିଲ୍ ଆଗତ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ସରକାର ସହ ଜଡ଼ିତ ନେତା ଓ ଅଧିକାରୀମାନେ ମଧ୍ୟ ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ସ୍ୱତନ୍ତ୍ର ଅଧିବେଶନ ଡାକିବାର ଟାଇମିଂ ମଧ୍ୟ କୌତୁହଳ ସୃଷ୍ଟି କରିଛି ।

Exit mobile version