Site icon ଆଜିକାଲି

ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ସରକାର

ରାଞ୍ଚି : ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟ୍‌ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କ ସପକ୍ଷରେ ୪୮ ବିଧାୟକ ମତଦାନ କରିଛନ୍ତି । ପରେ ବିରୋଧୀ ବିଜେପି କକ୍ଷ ତ୍ୟାଗ କରିଥିବା ଜଣାପଡିଛି ।

ସୂଚନା ଯେ, ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ରାଜନୈତିକ ଡ୍ରାମା ଲାଗିରହିଥିଲା । ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଥିଲା । ଏନେଇ ସୋମବାର ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା ।ଅଧିବେଶନରେ ସାମିଲ ହେବାକୁ ରାୟପୁରରେ ରହୁଥିବା ୟୁପିଏର ସବୁ ବିଧାୟକ ରବିବାର ରାଞ୍ଚିରେ ପହଞ୍ଚିଥିଲେ । ଏଥିରେ ହେମନ୍ତ ସୋରେନ୍‌ ସରକାର ବହୁମତର ପରୀକ୍ଷା ଦେବାକୁ ଥିଲେ । ଆଉ ଏଥିରେ ମଧ୍ୟ ହେମନ୍ତ ସୋରେନ୍‌ ସରକାର ସଫଳ ହୋଇଛନ୍ତି ।

Exit mobile version