Site icon ଆଜିକାଲି

କେଜରିୱାଲଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଳୀ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି । ଅ।।ଜି ହାଇକୋର୍ଟରେ ଶୁଣାଣି ବେଳେ କେଜ୍ରିୱାଲ ତାଙ୍କ ଗିରଫଦାରିର ସମୟ ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଗିରଫଦାରି ଲୋକସଭା ନିର୍ବାଚନରେ ସବୁ ଦଳ ପାଇଁ ସମାନ ସୁଯୋଗ ଏବଂ ନିରପେକ୍ଷ ତଥା ଅବାଧ ନିର୍ବାଚନ ଭଳି ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୁକ୍ତି କରିଥିଲେ ।

କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ ପକ୍ଷ ରଖିଥିଲେ । କେଜ୍ରିୱାଲଙ୍କ ବିରୋଧରେ ତଦନ୍ତ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କହି ରାଜୁ ତାଙ୍କ ଆବେଦନକୁ ବିରୋଧ କରିଥିଲେ ।

ଅବଦକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତାଙ୍କୁ ପ୍ରଥମେ ମାର୍ଚ୍ଚ ୨୮ ଓ ପରେ ଏପ୍ରିଲ ୧ ଯାଏଁ ଇଡି ହାଜତକୁ ପଠାଇଥିଲେ ଟ୍ରାଏଲ କୋର୍ଟ । ସମ୍ପ୍ରତି ସେ ତିହାର ଜେଲରେ ରହିବେ । ଏପ୍ରିଲ ୧୫ ଯାଏଁ ଜେଲରେ ରହିବେ କେଜ୍ରିୱାଲ ।

Exit mobile version