Site icon ଆଜିକାଲି

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଗଜପତି : ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା କାର୍ଜି ଗୁରୁବାର ସକାଳେ ଗାଁ ନିକଟରେ ଥିବା ନିଜ କାଜୁ ତୋଟାକୁ କାମ କରିବାକୁ ଯାଇଥିଲେ । ସେହି ସମୟରେ କେହି ନଥିବେ ଦେଖି ସ୍ୱାମୀ ଚନ୍ଦ୍ରଶେଖର ଟାଙ୍ଗିଆରେ ସ୍ତ୍ରୀ ଉପରେ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡି ଅଲଗା କରି ବୀଭତ୍ସ ହତ୍ୟା କରିଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ଯାଏ ଅସ୍ପଷ୍ଟ ରହିଛି । ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସ୍ୱାମୀ ଚନ୍ଦ୍ରଶେଖରକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ଯୋଗୁଁ ଚନ୍ଦ୍ରଶେଖର ଏଭଳି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ ।

Exit mobile version