Site icon ଆଜିକାଲି

ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଅଦାଲତ ଅବମାନନାର ଶୁଣାଣି

ନୂଆଦିଲ୍ଲୀ : ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ହେବ ଅଦାଲତ ଅବମାନନାର ଶୁଣାଣି । କୋର୍ଟଙ୍କ ନିର୍ଦେଶକୁ ଉଲ୍ଲଂଘନ କରିଥିବା ଆଇନଜୀବୀମାନଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ନ ‌ହେବ ଜଣାଇବା ପାଇଁ ଜାନୁଆର ୧୨ରେ ସୁପ୍ରିମକୋର୍ଟ ୧୯୧ ଜଣ ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

କାରଣ ଦର୍ଶାଅ ନୋଟିସର ଜବାବ ଆଇନଜୀବୀଙ୍କ ଜରିଆରେ କିମ୍ବା ସମ୍ପୃକ୍ତ ଓକିଲ ହାଜର ହୋଇ ରଖିବେ ବୋଲି ନିର୍ଦେଶ ଦିଆଯାଇଥିଲା । ଆଜି ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଶୁଣାଣି କରିବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଅଭୟ ଏସ୍‌. ଓକା ।

ସେହିଭଳି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ ପକ୍ଷରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଗୋଟିଏ ଆବେଦନ ମଧ୍ୟ ଦାଖଲ କରାଯାଇଛି । କିଛି ସଦସ୍ୟଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ସମ୍ପର୍କିତ ସତ୍ୟପାଠ ଦାଖଲ କରାଯାଇଛି ।

Exit mobile version