Site icon ଆଜିକାଲି

ପ୍ରେମିକ ସହ ମିଶି ଭାବି ସ୍ବାମୀଙ୍କ ହତ୍ୟା କ‌ଲା ପ୍ରେମିକା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ‌କୌସାମ୍ବୀ ଜିଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ମିଶି ହେବାକୁ ଥିବା ସ୍ବାମୀଙ୍କର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଅକ୍ଟୋବର ୧୬ ତାରିଖ ସକାଳୁ ସ୍ଥାନୀୟ ଅଞ୍ଚଳରୁ ତାଙ୍କ ଭାବି ସ୍ବାମୀଙ୍କ ମୃତଦେହ ଦେଖି ‌ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତକଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି।ଏହି ଘଟଣା ପୂରା ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିିଛି।

ଏହି ମାମଲାର ତଦନ୍ତ କରି ପୋଲିସ୍‌ ଅଭିଯୁକ୍ତା ପ୍ରେମିକା, ତ‌ାଙ୍କ ପ୍ରେମିକ ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି। ପୁଲିସ୍‌ ସୂଚନା ଦେଇ କହିଛି ଯେ କଲ୍‌ ଡିଟେଲ୍‌ସ ଆଧାରରେ ଅଭିଯୁକ୍ତା ଓ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପ୍ରେମିକ ନିଜ ଗାଡ଼ି ଖରାପ ବାହାନା ଦେଖାଇ ଯୁବତୀଙ୍କ ଭାବି ସ୍ବାମୀଙ୍କୁ ଏକ ସ୍ଥାନକୁ ଡାକିଥିଲେ। ସେଠାରେ ତାଙ୍କର ହତ୍ୟା ଫୋପାଡ଼ି ଦେଇଥିଲେ। ଯୁବତୀଙ୍କ ପ୍ରେମିକ ଓ ଭାବି ସ୍ବାମୀ ଉଭୟ ପରସ୍ପରଙ୍କୁ ପୂର୍ବରୁ ଜାଣନ୍ତି। ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ଯୁବତୀ ଜଣେ ଯୁବକଙ୍କ ସହ ବହୁ ଦିନ ହେବ ପ୍ରେମ ସଂପର୍କରେ ଥିଲେ। ସେ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଯୁବତୀଙ୍କ ପରିବାର ଲୋକ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ। ପରିବାର ଲୋକଙ୍କ ନିଷ୍ପତ୍ତିରେ ଖୁସି ନଥିଲେ ଯୁବତୀ। ସେ ଯେପରି ଭାବେ ନିଜ ରାସ୍ତାରୁ କଣ୍ଟା ହଟେଇବାକୁ ଚାହୁଁଥିଲେ। ସେଥିପାଇଁ ପ୍ରେମିକ ସହ ମିଶି ତାଙ୍କ ସହ ବିବାହ ସ୍ଥିର ହୋଇଥିବା ପିଲାର ହତ୍ୟା କରିବାର ଯୋଜନା କରିଥିଲେ।

Exit mobile version