Site icon ଆଜିକାଲି

ମହାଦେବ ଅନଲାଇନ୍ ବେଟିଂ ସ୍କାମର ମୁଖ୍ୟ ଅଭିଯୁକ୍ତ ଦୁବାଇରେ ଗୃହବନ୍ଦୀ

ନୂଆଦିଲ୍ଲୀ: ମହାଦେବ ଅନଲାଇନ୍ ବେଟିଂ ଆପ୍ ସ୍କାମ ମାମଲା (ମହାଦେବ ଅନ୍ଲାଇନ୍ ବେଟିଂ ଆପ୍) ର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ସୂଚନାନୁସାରେ, ପୋଲିସ ତାଙ୍କୁ ଗୃହବନ୍ଦୀ ରଖିଛି। ଖୁବ ଶୀଘ୍ର ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହେବ ।

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କର୍ତ୍ତୃପକ୍ଷ ଚନ୍ଦ୍ରାକରଙ୍କ ବିରୋଧରେ ଇଡି ତରଫରୁ ଜାରି ରେଡ୍ କର୍ଣ୍ଣର ନୋଟିସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଗୃହବନ୍ଦୀ ରଖିଛନ୍ତି।

ଅକ୍ଟୋବର ୨୦୨୩ରେ ଛତିଶଗଡ଼ ରାୟପୁରର ଏକ ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାଦେବ ଅନଲାଇନ୍ ବେଟିଂ ପ୍ଲାଟଫର୍ମର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ଚନ୍ଦ୍ରାକର ତାର ସହଯୋଗୀ ତଥା ଅନ୍ୟ ଜଣେ ପ୍ରମୋଟର ରବି ଉପଲ୍ ସହ ୟୁଏଇରେ ଥିବା ତାଙ୍କ ହେଡ୍ ଅଫିସରୁ ମହାଦେବ ବେଟିଂ ଆପ୍ ଜରିଆରେ ମନି ଲଣ୍ଡରିଂ ଏବଂ ଲୋନ୍ ସ୍କାମ ଚଳାଉଥିଲେ। ଏହି ମାମଲାରେ ୬୦୦୦ କୋଟି ହେରଫେର ଅଭିଯୋଗ ହୋଇଛି ।

ମହାଦେବ ଆପ୍ ଏକ‌ ଅନଲାଇନ୍ ଜୁଆ ପ୍ଲାଟଫର୍ମ | ଏଥିରେ ବିଭିନ୍ନ ଅନଲାଇନ୍ ଜୁଆ ଖେଳ ପାଇଁ ଲୋକଙ୍କୁ ଆକୃଷ୍ଟ କରାଯାଉଥିଲା | ଏହି ଆପ୍ ମାଧ୍ୟମରେ କ୍ରିକେଟ୍, ବ୍ୟାଡମିଣ୍ଟନ୍, ଟେନିସ୍, ଫୁଟବଲ୍ ଭଳି କ୍ରୀଡ଼ା ସହ ନିର୍ବାଚନ ଉପରେ ବାଜି ଲଗାଯାଉଥିଲା । ଛତିଶଗଡ଼ ସହ ରାଜ୍ୟର ଅନେକ ରାଜ୍ୟର ବଡ଼ ସହରରେ ମହାଦେବ ବେଟିଂ ଆପର ପ୍ରାୟ ୩୦ଟି କଲ୍ ସେଣ୍ଟର ଖୋଲାଯାଇଥିଲା।

Exit mobile version