Site icon ଆଜିକାଲି

ପୁଣି ଘୁଞ୍ଚିଲା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ପଦକ ନିଷ୍ପତ୍ତି

ନୂଆଦିଲ୍ଲୀ : ପୁଣିଥରେ ଘୁଞ୍ଚିଛି ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ତା’ର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହାକୁ ମିଶାଇ ତୃତୀୟ ଥର ପାଇଁ ସିଏଏସ୍‌ ନିଷ୍ପତ୍ତି ଘୁଞ୍ଚିଛି। ଏବେ ସମସ୍ତ ଭାରତୀୟଙ୍କ ଅପେକ୍ଷା ୧୬କୁ ବଢ଼ିଛି।

ସିଏଏସ୍‌ ଆଡ ହକ ଡିଭିଜନ ପକ୍ଷରୁ କୁହାଯାଇଛି ଯେ ସଂସ୍ଥାର ସଭାପତି ପ୍ୟାନେଲର ନିଷ୍ପତ୍ତି ଘୋଷଣା କରାଯିବାର ସମୟସୀମାକୁ ୧୬ ଅଗଷ୍ଟ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏବେ ୧୬ ତାରିଖରେ ରାୟ ପ୍ରକାଶ ପାଇବ।

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲା। ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Exit mobile version