Site icon ଆଜିକାଲି

ଆସନ୍ତାକାଲି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭେଡିଆ’

ମୁମ୍ଵାଇ : ଆସନ୍ତାକାଲି ବକ୍ସ ଅଫିସରେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭେଡିଆ’ । ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଚଳଚ୍ଚିତ୍ର ‘ଭେଡିଆ’କୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ। ଏବେ ‘ଭେଡିଆ’ର ଫାଷ୍ଟ ରିଭ୍ୟୁ ମଧ୍ୟ ସାମ୍ନାକୁ ଆସିଛି।

ଅଜୟ ଦେବଗାନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବର୍ତ୍ତମାନ ବକ୍ସ ଅଫିସରେ ରାଜ୍‌ କରୁଛି। ଚଳଚ୍ଚିତ୍ରକୁ ଦର୍ଶକ ଏବଂ ସମାଲୋଚକମାନେ ବହୁତ ପ୍ରଶଂସା କରୁଛନ୍ତି। ଫିଲ୍ମ ରିଲିଜ ହେବାର ୬ ଦିନ ବିତିଗଲାଣି ଏବଂ ଜୋରଦାର କଲେକସନ କରୁଛି । ଫଳରେ ‘ଦୃଶ୍ୟମ-୨’କୁ ବରୁଣଙ୍କ ଫିଲ୍ମ ‘ଭେଡିଆ’ ଟକ୍କର ଦେବ ବୋଲି ଜଣାପଡ଼ିଛି ।

Exit mobile version