Site icon ଆଜିକାଲି

ବଦଳିଲା ଏସିଆ କପ୍‌ କ୍ରିକେଟର ନାମ

ଦୁବାଇ : ଏସିଆ କପ୍‌ର ୧୫ତମ ସଂସ୍କରଣ ଉଦଘାଟିତ ହୋଇଛି । ମାତ୍ର ଉଦ୍‌ଘାଟନ ହେବାର କିଛି ଘଣ୍ଟା ପୂର୍ବରୁ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ନାମ ବଦଳି ଯାଇଥିଲା। ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ଅନୁମୋଦନକ୍ରମେ ଏହି ୬ ଦଳୀୟ ପ୍ରତିଯୋଗିତାର ନାଁ ‘ଡିପି ୱାର୍ଲ୍ଡ ଏସିଆ କପ୍-୨୦୨୨’ ରଖାଯାଇଥିଲା।

ଡିପି ୱାର୍ଲ୍ଡ ଚଳିତ ଏସିଆ କପ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିବା ଏସିସି ଘୋଷଣା କରିଥିଲା। ଚଳିତ ଏସିଆ କପ୍ ଶନିବାର ଆରମ୍ଭ ହୋଇଥିଲା ବେଳେ ୧୧ ସେପ୍ଟେମ୍ବରରେ ‌‌ଶେଷ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍ ଖେଳାଯିବ।

Exit mobile version