Site icon ଆଜିକାଲି

୧୦୦ କୋଟିରେ ବିକ୍ରି ହେଲା ‘ଜୱାନ’ର ଓଟିଟି ରାଇଟସ୍‌

ମୁମ୍ଵାଇ : ବଲିଉଡ୍‌ର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଜୱାନର ଓଟିଟି ରାଇଟସ୍‌ ପାଇଁ ପ୍ଲାଟଫର୍ମ ମଧ୍ୟରେ ଟକ୍କର ହୋଇଛି । ଆମାଜନ ଏବଂ ନେଟଫ୍ଲିକ୍ସ ଏହି ରେସର ଆଗରେ ଅଛନ୍ତି। ଜୱାନର ଓଟିଟି ରାଇଟସ୍‌କୁ ୨୫୦ କୋଟିରେ ବିକ୍ରି ହୋଇଥିବାର ଖବର ସାମ୍ନାକୁ ଆସିଥିଲା ।

ତେବେ ରିପୋର୍ଟ ଅନୁଯାୟୀ ଆମାଜନ ପ୍ରାଇମ ଭିଡିଓ ଏହି ଚଳଚ୍ଚିତ୍ରର ରାଇଟସ୍‌କୁ ୨୫୦ କୋଟିରେ ନୁହେଁ ୧୦୦ କୋଟିରେ କିଣିଛି । କହିବାକୁ ଗଲେ ବର୍ତ୍ତମାନ ଚଳଚ୍ଚିତ୍ରର ଟିଭି ରାଇଟସ୍‌ ଏବଂ ସଙ୍ଗୀତ ରାଇଟସ୍‌ ମଧ୍ୟ ବାକି ଅଛି । ଏହା କୁହାଯାଉଛି ଯେ ନିର୍ମାତାମାନେ ମଧ୍ୟ ଏଥିପାଇଁ ଅଧିକ ପରିମାଣର ଚାର୍ଜ କରିବାକୁ ଚାହୁଁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ସାଟେଲାଇଟ୍‌ ରାଇଟସ୍‌କୁ ଜି ଗ୍ରୁପ୍ ୧୫୦ କୋଟି ଟଙ୍କାରେ କିଣିଛି। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଲାଭରେ ପରିଣତ ହୋଇଛି ।

Exit mobile version