Site icon ଆଜିକାଲି

ଶିକ୍ଷକଙ୍କୁ ଗୁରୁ ଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଗୁରୁ ଦିବସ । ଏହି ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଏହି ପବିତ୍ର ଓ ଗୁରୁତ୍ବପୂର୍ଣ୍ଣ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇଛି ।

ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ମୁର୍ମୁ । “ମହାନ ଶିକ୍ଷକ-ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଦିବସ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଓ ଜ୍ଞାନର ଆଲୋକ ବଣ୍ଟନ କରିବାରେ ସେ ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ପ୍ରେରଣାର ଉତ୍ସ” ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

Exit mobile version