Site icon ଆଜିକାଲି

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଶୋକପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି

ନୂଆଦିଲ୍ଲୀ: ବାଲେଶ୍ଵର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଶୋକପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି । କସଓ୍ବା କାରୋସି, ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ସେ ଟ୍ବିଟ୍ କରି ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଗତ ଶୁକ୍ରବାର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । କରଣ୍ଡମଳ ସୁପରଫାଷ୍ଟ ଏକ୍ସପ୍ରେସ, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୮୮ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି କସଓ୍ବା କାରୋସି । ମୃତକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ଉଦ୍ଧାରକାରୀ ଦଳଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି ।

Exit mobile version