Site icon ଆଜିକାଲି

ଆଜି ଆଇନମନ୍ତ୍ରୀ ଓ ସଚିବମାନଙ୍କ ସର୍ବଭାରତୀୟ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଆଇନ ମନ୍ତ୍ରୀ ତଥା ଆଇନ ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଦୁଇ ଦିନିଆ ସମ୍ମିଳନୀ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଦ୍ୱାରା ଗୁଜରାଟର ଏକତା ନଗରରେ ଆୟୋଜିତ ହେଉଛି ।

ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଭାରତୀୟ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଆଲୋଚନା କରିବା ପାଇଁ ଏକ ସାଧାରଣ ଫୋରମ୍ ଯୋଗାଇବା। ସମ୍ମିଳନୀ ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ଓ ନୂତନ ଧାରଣା ଆଦାନପ୍ରଦାନ ଏବଂ ପାରସ୍ପରିକ ସହଯୋଗରେ ଉନ୍ନତି ଆଣିବାକୁ ସମର୍ଥ ହେବେ। ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା ଯେପରିକି ଆର୍‌ବିଟ୍ରେସନ ଏବଂ ସ୍ୱଳ୍ପ ବ୍ୟୟରେ ଶୀଘ୍ର ନ୍ୟାୟ ପାଇଁ ମଧ୍ୟସ୍ଥତା ପରି ବିଷୟଗୁଡିକ ଉପରେ ଏଥିରେ ଆଲୋଚନା ହେବ। ଆଇନ ଭିତ୍ତିଭୂମିର ନବୀକରଣ, ପୁରୁଣା ନିୟମ ହଟାଇବା, ନ୍ୟାୟ ପାଇବାରେ ଉନ୍ନତି ଆଣିବା, ମାମଲାଗୁଡ଼ିକର ଅପେକ୍ଷାକୁ ହ୍ରାସ କରିବା ଏବଂ ଶୀଘ୍ର ଫଏସଲା ନିଶ୍ଚିତ କରିବା, କେନ୍ଦ୍ର-ରାଜ୍ୟ ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ରାଜ୍ୟ ବିଲ୍ ସମ୍ବନ୍ଧୀୟ ପ୍ରସ୍ତାବରେ ସମାନତା ଆଣିବା ଓ ରାଜ୍ୟ ଆଇନ ବ୍ୟବସ୍ଥାର ମଜଭୁତ ଆଦି ପ୍ରସଙ୍ଗ ସମ୍ମିଳନୀରେ ଆଲୋଚନା ହେବ।

Exit mobile version