Site icon ଆଜିକାଲି

ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

Umraha Gram: Prime Minister Narendra Modi addresses at the 98th anniversary celebrations of Sadguru Sadafaldeo Vihangam Yog Sansthan, at Swarved Mahamandir Dham in Umraha Gram, Uttar Pradesh on December 14, 2021. (Photo: PIB/IANS)

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ପ୍ରଦାନ କରିଛନ୍ତି ।

ବାଗଚୀ କହିଛନ୍ତି ଯେ, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ସମ୍ମିଳନୀରେ ଭାଗ ନେଉଛନ୍ତି । ଏହି ଗସ୍ତରେ ମୋଦି ଅନ୍ୟ ଦେଶର ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ ଓ କ୍ଷେତ୍ରୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଅନେକ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏହି ପରିପ୍ରେକ୍ଷୀରେ ଇଣ୍ଡୋନେସିଆର ବାଲିରେ ଥିବା ଭାରତୀୟ ସମୁଦାୟଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ସୂଚନା ଯେ, ଜି-୨୦ ସମ୍ମିଳନୀରେ ଭାରତ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହେଉଥିବାବେଳେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ସାମିଲ ହେବେ ନାହିଁ । ଉକ୍ତ ସମ୍ମିଳନୀରେ ୩ଟି ଅଧିବେସନ ଅନୁଷ୍ଠିତ ହେବ । ଏଥିରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ଲେଣଦେଣ ସାମିଲ ରହିଛି ।

Exit mobile version