Site icon ଆଜିକାଲି

ଆଜି ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୯ଟା ୪୫ରେ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଗ୍ଲୋବାଲ ଶିଖର ସମ୍ମିଳନୀର ଦଶମ ସଂସ୍କରଣର ହେବ ଉଦଘାଟନ । ଏହାର ବିଷୟବସ୍ତୁ ରହିଛି ‘ଭବିଷ୍ୟତର ପ୍ରବେଶ ଦ୍ବାର’। ଏହି ସମ୍ମିଳନୀର ଦଶମ ସଂସ୍କରଣରେ ” ଭାଇବ୍ରାଣ୍ଟ ଗୁଜରାଟର ୨୦ ବର୍ଷ ପୂର୍ତ୍ତିକୁ ସଫଳତାର ଶିଖର ସମ୍ମିଳନୀ” ଭାବରେ ପାଳନ କରାଯିବ ।

୨୦୦୩ରେ ଆରମ୍ଭ ହୋଇଥିବା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ଆଜି ବ୍ୟବସାୟିକ ସହଯୋଗ, ଜ୍ଞାନ ଆଦାନପ୍ରଦାନ ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶ ପାଇଁ କୌଶଳଗତ ଭାଗିଦାରୀ ପାଇଁ ପ୍ରତିଷ୍ଠିତ ବିଶ୍ବ ମଞ୍ଚ ଭାବରେ ବିକଶିତ ହୋଇଛି । ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ୩୪ଟି ଅଂଶୀଦାର ଦେଶ ଏବଂ ୧୬ଟି ଅଂଶୀଦାର ସଂସ୍ଥା ରହିଛି ।

ଏହାବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରି ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶର ସୁଯୋଗ ପ୍ରଦର୍ଶିତ କରିବ । ଚଳିତ କାର୍ଯ୍ୟକ୍ରମରେ ଶୀର୍ଷ ସ୍ତରୀୟ ନିଗମର ସିଇଓମାନଙ୍କ ସହ ବୈଠକ କରିବେ ମୋଦି । ଏହାପରେ ଗିଫ୍ଟ ସିଟି ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଯେଉଁଠାରେ ଅପରାହ୍ନ ୫ଟା ୧୫ ରେ ଗ୍ଲୋବାଲ ଫିନଟେକ୍ ଲିଡରସିପ୍ ଫୋରମରେ ପ୍ରମୁଖ ବ୍ୟବସାୟୀ ନେତାଙ୍କ ସହ ଆଲୋଚନା କରିବେ ।

Exit mobile version