Site icon ଆଜିକାଲି

ଆଜି ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପୂର୍ବାହ୍ନ ୧୦ଟା ବେଳେ ପ୍ରଗତି ମଇଦାନ, ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ । ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ଼ ଡାଟା , କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ ।

ଏହାସହ ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି)ର ଷଷ୍ଠ ସଂସ୍କରଣକୁ ମଧ୍ୟ ଉଦଘାଟନ କରିବେ । ଆଇଏମସି ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ “ନ୍ୟୁ ଡିଜିଟାଲ ୟୁନିଭର୍ସ” ବିଷୟବସ୍ତୁକୁ ନେଇ ଆୟୋଜିତ ହେବ । ପ୍ରମୁଖ ବୁଦ୍ଧିଜୀବି, ଉଦ୍ୟୋଗୀ, ଅନ୍ୱେଷକ ଓ ସରକାରୀ ଅଧିକାରୀମାନେ ଏକାଠି ଗୋଟିଏ ମଂଚରେ ଡିଜିଟାଲ ପ୍ରଯୁକ୍ତିର ଦ୍ରୁତ ଗ୍ରହଣୀୟତା ସହ ଏହାର ପ୍ରସାର ଦ୍ୱାରା ମିଳିବାକୁ ଥିବା ନିଆରା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ ଦିଗଦର୍ଶନ ପ୍ରଦାନ କରିବେ ।

Exit mobile version