Site icon ଆଜିକାଲି

ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ନୂଆଦିଲ୍ଳୀ : ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର ନିରୀକ୍ଷଣ କରିବେ । ସେ ଭଗବାନ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ସମ୍ପନ୍ନ କରିବେ । ସନ୍ଧ୍ୟା ସାଢେ ୬ଟା ବେଳେ ପ୍ରଧାନମନ୍ତ୍ରୀ ସରଜୁ ନଦୀର ନୂତନ ଘାଟରେ ଆଳତୀ ଦର୍ଶନ କରିବା ପରେ ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ।

ଚଳିତବର୍ଷ ଦୀପୋତ୍ସବର ଷଷ୍ଠ ସଂସ୍କରଣ ଆୟୋଜିତ ହେଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ଏଥିରେ ଅଂଶଗ୍ରହଣ କରିବେ। ଏହି ଅବସରରେ ୧୫ ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରା ଯିବ। ଦୀପୋତ୍ସବ କାଳରେ ପାଞ୍ଚଟି ଆନିମେଟେଡ଼ ମଣ୍ଡପ ଓ ବିଭିନ୍ନ ରାଜ୍ୟର ନୃତ୍ୟ ସହ ଏଗାରଟି ରାମଲୀଳା ମଣ୍ଡପ ମଧ୍ୟ ପ୍ରଦର୍ଶିତ ହେବ। ପ୍ରଧାନମନ୍ତ୍ରୀ ସରଜୁ ନଦୀ ରାମକୀ ପୈଢୀରେ ଭବ୍ୟ ସଙ୍ଗୀତ ଲେଜର ଶୋ ସହ ଥ୍ରୀ-ଡି ହଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ ମଧ୍ୟ ଅବଲୋକନ କରିବେ ।

Exit mobile version