Site icon ଆଜିକାଲି

ଟ୍ରେନ୍‌ ଦୁର୍ଘଟଣା ନେଇ ବଲିଉଡ୍‌ ଜଗତରେ ଶୋକର ଛାୟା, ସାହାଯ୍ୟ ପାଇଁ କଲେ ଅପିଲ

ମୁମ୍ଵାଇ : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଲିଉଡର କଳାକାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଅନେକ କଳାକାର ଟ୍ଵିଟର ଜରିଆରେ ମୃତକ ଓ ଆହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ବଲିଉଡ୍ କଳାକାର ସଲମାନ ଖାନ୍ ଏବଂ ଅକ୍ଷୟ କୁମାର୍ ଏହି ଘଟଣାକୁ ଟ୍ଵିଟରରେ ଶୋକ ପ୍ରକାଶ କରିଛନ୍ତି । ସଲମାନ ଟ୍ୱିଟ୍ କରି ଲେଖିଛନ୍ତି, ଏହି ଦୁର୍ଘଟଣାକୁ ନେଇ ମୁଁ ବହୁତ ଦୁଃଖିତ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଇଶ୍ୱର ଶାନ୍ତି ଦିଅନ୍ତୁ ଏବଂ ସେମାନଙ୍କ ପରିବାରକୁ ଧର୍ଯ୍ୟ ଓ ସାହସ ସହ ଶକ୍ତି ଦିଅନ୍ତୁ।

ଅନ୍ୟପଟେ ବଲିଉଡ୍ କଳାକାର ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି, ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ବାସ୍ତବିକ୍ ହୃହୟ ବିଦାରକ। ପ୍ରାଣ ହରାଇଥିବା ପ୍ରତ୍ୟେକଟି ଆତ୍ମାକୁ ଭଗବାନ ସଦଗତି ଦିଅନ୍ତୁ । ଆହତ ହୋଇଥିବା ଯାତ୍ରୀଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।

ଅଭିନେତା ସୋନୁ ସୁଦ ମଧ୍ୟ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ପୀଡିତ ପରିବାରକୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି।

ଏତିକି ହିଁ ନୁହେଁ ସନି ଦେଓଲ ମଧ୍ୟ ଲେଖିଛନ୍ତି- କାଲେଶ୍ଵର ଟ୍ରେନ୍‌ ଦୁର୍ଘଟଣା ବିଷୟରେ ଶୁଣିକି ବହୁତ ଦୁଃଖିତ। ଏହି ଘଟଣାରେ ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।

ସେହିପରି ସାଉଥ ସୁପରରଷ୍ଟାର ଜୁନିୟର ଏନଟିଆର ବି ଟ୍ଵିଟ୍‌ କରି ଲେଖିଛନ୍ତି- ଏହି ଘଟଣାକୁ ନେଇ ମୁଁ ବହୁତ ଗଭୀର ମର୍ମାହତ । ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି । ଭଗବାନ ଏହି କଠିନ ସମୟରେ ସମସ୍ତଙ୍କୁ ଶକ୍ତ ସାହସ ଦିଅନ୍ତୁ । ଏହା ବ୍ୟତୀତ ଚୀରଞ୍ଜିବୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

Exit mobile version