Site icon ଆଜିକାଲି

ବିବାଦ ଘେରରେ ଫିଲ୍ମ ‘ଲାଇଗର’ର ଗୀତ ‘ଆଫତ୍‌’

ମୁମ୍ବାଇ : ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବସାଉଥ୍‌ ସୁପର୍‌ଷ୍ଟାର୍‌ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଲାଇଗର୍‌’ । ଏହାକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏଥିପାଇଁ ଦୁହେଁ ଖୁବ୍‌ ପ୍ରୋମସନ ମଧ୍ୟ କରୁଛନ୍ତି। ଏହାରି ମଧ୍ୟରେ ଫିଲ୍ମର ଗୀତ ‘ଆଫତ୍‌’ ବିବାଦ ଘେରକୁ ଆସିଛି । ଗୀତଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି । ଏଥିରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟାଙ୍କ ଦମ୍‌ଦାର ଡ୍ୟାନ୍ସ ସହ ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିଣିଛି । କିନ୍ତୁ ଗୀତରେ ଏକ ପଦ ଅଛି ‘ଭଗୱାନ୍‌ କେ ଲିୟେ ଛୋଡ୍‌ ଦୋ ମୁଝେ, ଛୋଡ୍‌ ଦୋ ମୁଝେ’ ବିବାଦକୁ ଆଣିଛି।

ଏନେଇ ୟୁଜର୍‌ କହୁଛନ୍ତି, ଗୀତିକାରଙ୍କ ସୃଜନଶୀଳତା ମରିଯାଇଛି । ଅନେକ ୟୁଜର୍‌ ‘ଲାଲ୍‌ ସିଂହ ଚଡ୍‌ଢା’ ଭଳି ‘ଲାଇଗର୍‌’କୁ ମଧ୍ୟ ବୟକଟ୍‌ କରିବାକୁ ଦାବି କରିଛନ୍ତି। ଏଭଳି ଗୀତକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ୟୁଜର୍‌ ଲେଖିଛନ୍ତି । ତେବେ ‘ଆଫତ୍‌’କୁ ନେଇ ବିବାଦ ଉପୁଜିବା ପରେ ଫିଲ୍ମ ମେକର୍‌ଙ୍କ ଚିନ୍ତା ବଢ଼ିଛି। ଗୀତରୁ ଏହି ଧାଡ଼ି ସେମାନେ ହଟାଇବେ କି ନାହିଁ, ତାହା ଦେଖିବାକୁ ଅପେକ୍ଷା ।

Exit mobile version