Site icon ଆଜିକାଲି

ଯୋଗଗୁରୁ ବାବା ରାମଦେବଙ୍କୁ ବଡ଼ ଆଶ୍ଵସ୍ତି, କ୍ଷମାପ୍ରାର୍ଥନା ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ରାମଦେବ ଓ ସହଯୋଗୀ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିଛନ୍ତି। ଏଥିସହ ଅବମାନନା ମାମଲା ମଧ୍ୟ ବନ୍ଦ କରିଦେଇଛନ୍ତି। ଯୋଗ ଗୁରୁ, ବାଲକୃଷ୍ଣ ଏବଂ ଫାର୍ମର ପ୍ରତିନିଧିତ୍ୱ କରୁଥିବା ଓକିଲ ଗୌତମ ତାଲୁକଦାର କହିଛନ୍ତି ଯେ, ‘‘ରାମଦେବ, ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର କ୍ଷମାପ୍ରାର୍ଥନା ଆଧାରରେ କୋର୍ଟ ଏହି ଅବମାନନା ମାମଲାକୁ ବନ୍ଦ କରି ଦେଇଛନ୍ତି।’’

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ଅବମାନନା ନୋଟିସ୍ ପଠାଇବାପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ କ୍ଷମା ପ୍ରାର୍ଥନା କରିଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ମେ’ ୧୪ରେ ରାୟ ସଂରକ୍ଷିତ ରଖିଥିବାବେଳେ ଆଜି କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି।

Exit mobile version