Site icon ଆଜିକାଲି

ହିଜାବ ମାମଲାରେ ଆଜି ଆସିବ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣା ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ପ୍ରକାଶ କରିବେ। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବେ। କର୍ଣ୍ଣାଟକରେ ହିଜାବ କଟକଣା ଯଥାର୍ଥ କି ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଦଶ ଦିନର ଶୁଣାଣି ପରେ ଖଣ୍ଡପୀଠ ହିଜାବ ବିବାଦ ଉପରେ ସେପ୍ଟେମ୍ବର ୨୨ ରେ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ମୋଟ ୨୩ଟି ଆବେଦନ ଶୁଣାଣି ହୋଇଥିଲା। ଛ’ ଜଣ ମୁସଲିମ ଛାତ୍ରୀ ମଧ୍ୟ ହିଜାବ ନିଷେଧାଦେଶ ନେଇ କର୍ଣ୍ଣାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏଥିସହ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅନୁମତି ଦାବି କରି ମୁସଲିମ ଛାତ୍ରୀଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।

Exit mobile version