Site icon ଆଜିକାଲି

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ପଞ୍ଚମ ଦିନରେ ମଙ୍ଗଳବାର ଭାରତକୁ ୪ ପଦକ ମିଳିଛି । ଏଥିରେ ୨ ସ୍ବର୍ଣ୍ଣ ‌ଏବଂ ୨ ରୌପ୍ୟ ପଦକ ସାମିଲ ରହିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ପଦକ ସାମିଲ ରହିଛି। ଭାରତୀୟ ମହିଳା ଲନ୍‌ ବଲ୍‌ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତି ଐତିହାସିକ ସଫଳତା ପାଇଥିଲା ବେଳେ ପୁରୁଷ ଟିଟି ଦଳ ତୃତୀୟ ଥର ସ୍ବର୍ଣ୍ଣ ପଦକ ଜିତିଛି। ପୁରୁଷ ଭାରୋତ୍ତୋଳନରେ ବିକାଶ ଠାକୁର ଏବଂ ମିଶ୍ରିତ ବ୍ୟାଡ୍‌ମିଣ୍ଟନ୍‌ ଦଳ ରୌପ୍ୟ ପଦକ ଜିତିଛନ୍ତି।

Exit mobile version