Site icon ଆଜିକାଲି

‘ଜୟ ଶ୍ରୀ ରାମ’ ନାରା ସହ ଲଞ୍ଚ ହେଲା ଫିଲ୍ମ ଆଦିପୁରୁଷ ଟ୍ରେଲର

ନୂଆଦିଲ୍ଲୀ : ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘‘ଆଦିପୁରଷ’’ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ହୋଇଛି। ଏହାରି ମଧ୍ୟରେ ମଙ୍ଗଳବାର ଲଞ୍ଚ ହୋଇଛି ଆଦିପୁରଷର ଟ୍ରେଲର। ଫିଲ୍ମରେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବାବେଳେ ମାତା ସୀତାଙ୍କ ଭୂମିକା ନିଭାଇଛନ୍ତି ଅଭିନେତ୍ରୀ କ୍ରୀତି ସାନନ। ଅନେକ ବିବାଦର ସାମ୍ନା କରିଥିବା ଏହି ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଲୋକେ। ତେବେ ଟିଜର ତୁଳନାରେ ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରାଯାଉଛି। ଏହାପୂର୍ବରୁ ଜାରି ଆଦିପୁରୁଷର ପୋଷ୍ଟର ଏବଂ ଟିଜର ସମାଲୋଚନାର ଶିକାର ହୋଇଥିଲା।

ଟ୍ରେଲରରେ ଭଗବାନ ରାମଙ୍କ ଭୂମିକାରେ ପ୍ରଭାସଙ୍କ ଲୁକ୍‌କୁ ଖୁବ୍ ପ୍ରସନ୍ଦ କରୁଛନ୍ତି ଫ୍ୟାନ୍‌। ଟ୍ରେଲରରେ ପ୍ରଭାସଙ୍କ ଲୁକ୍‌ ଏବଂ ଦମଦାର ଡାଇଲଗ୍‌ ମଧ୍ୟ ରହିଛି। ଏହା ସହ ଫିଲ୍ମର ସବୁ ଚରିତ୍ରଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ସେ ହନୁମାନ ହୁଅନ୍ତୁ କିମ୍ବା ରାବଣ ବେଶରେ ନଜର ଆସିବାକୁ ଯାଉଥିବା ସୈଫ୍‌ ଅଲୀ ଖାନ୍‌ଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ଫିଲ୍ମର ମ୍ୟୁଜିକ୍‌ ସହ ଟ୍ରେଲରରେ ଡାଇଲଗ୍‌ ମଧ୍ୟ ଆକର୍ଷଣୀୟ ରହିଛି। ଫିଲ୍ମରେ ଭିଏଫଏକ୍ସରେ ଖୁବ୍ ବ୍ୟବହାର କରାଯାଇଛି। ଟ୍ରେଲରରେ ଜୟ ଶ୍ରୀ ରାମ ଧ୍ବନି ଶୁଣିବାକୁ ମିଳିଛି। ବଡ଼ କଥା ହେଉଛି ଟିଜର ତୁଳନା​‌ରେ ଟ୍ରେଲରରେ ଭିଏଫଏକ୍ସରେ ବେଶ୍ ସୁଧାର କରାଯାଇଛି। ଫିଲ୍ମ ୧୬ ଜୁନ୍‌ ୨୦୨୩ରେ ରିଲିଜ୍ ହେବ। ଫିଲ୍ମକୁ ୫ଟି ଭାଷାରେ ରିଲିଜ୍ କରାଯିବ।

Exit mobile version